ବ୍ରହ୍ମଚାରିଣୀ ବେଶରେ ମା ବନଦୁର୍ଗା

ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମାକ ବାସନ୍ତିକ ଦୁର୍ଗାପୂଜାର ଦ୍ବିତୀୟ ଦିବସରେ ମା ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମଙ୍ଗଳ ଆଳତି, ବାଳଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।

ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ଭଜନ କୀର୍ତନ, ହରିବୋଲ ହୁଳହୁଳି ଶବ୍ଦରେ ଆଧ୍ୟାତ୍ମିକ ପରିବେଶରେ ମା ଙ୍କ କୃପା ଲାଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes