ବେଙ୍ଗାଲୁରୁ ଓ ଗୟାରୁ ଆସୁଥିଲା ନକଲି ଔଷଧ, ଗିରଫ ହେଲେ ୨ ଅଭିଯୁକ୍ତ

କଟକରେ ନକଲି ଔଷଧ କାରବାର ମାମଲାରେ ଗତକାଲିଠାରୁ ଅଟକ ଥିବା ୨ ଅଭିଯୁକ୍ତ ସଂଜୟ ଜଲାନ ଓ ରାହୁଲ କୟାଲଙ୍କୁ ପୁଲିସ ଗିରଫ କରିଥିବା ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଉଭୟ ଅଭିଯୁକ୍ତ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡିସିନ୍ ଆଣି ବିଭିନ୍ନ ସ୍ଥାନକୁ ସପ୍ଲାଇ କରୁଥିଲେ। ମାଲିକାନା ପରିବାର ଲୋକଙ୍କ ନାଁରେ ଥିଲା, ହେଲେ ଏ ଦୁହେଁ ବ୍ୟବସାୟ ଚଳାଉଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes