ବେଆଇନ ବାଲି ପରିବହନକାରୀଙ୍କ ରାସ୍ତା କାଟିଲେ ତହସିଲଦାର

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଝୁଟୁଣାରୁ ବେଆଇନ ବାଲି ପରିବହନ ପାଇଁ ନିର୍ମାଣ କରାଯାଇଥିବା ଭିନ୍ନ ଏକ ରାସ୍ତାକୁ ତହସିଲଦାର ସରୋଜକାନ୍ତ ନାୟକ ଓ ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ଧଳ ଜେସିବି ମେସିନ ସହାୟତାରେ ଟ୍ରେଞ୍ଚଖୋଳି କାଟି ଦେଇଥିବା ଜଣାଯାଇଛି ।

ପୂର୍ବରୁ ଗୋଟଏ ରାସ୍ତାକୁ ତହସିଲଦାର ଅନୁରୂପ ଭାବେ ଟ୍ରେଞ୍ଚ ଖୋଳି କାଟି ଦେଇଥିଲେ । ମାତ୍ର ବାଲି ଉଠାଣ ଓ ପରିବହନ ବନ୍ଦ ନହେବାରୁ ଆଉ ଏକ ପରିବହନକାରୀ ରାସ୍ତାକୁ କାଟି ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes