ବୀରମହାରାଜପୁର- ଅମରପାଲି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଧାନ ମଣ୍ଡିରୁ ଧାନ ନଉଠାଇବାରୁ ଆଜି ସ୍ଥାନୀୟ ଚାଷୀମାନେ ବୀରମହାରାଜପୁର- ଅମରପାଲି ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ଅବୋରଧ କରିଛନ୍ତି।

ଫଳରେ ଉଭୟ ପଟରେ ଯାନବାହାନ ଅଟକି ରହିଥିବା ଯୋଗୁଁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes