ବୀରମହାରାଜପୁରରେ ଦିବ୍ୟ ପାଦୁକା ରଥକୁ ସମ୍ବର୍ଦ୍ଧନା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ସ୍ଥାନରେ ସାଇବାବାଙ୍କ ଦିବ୍ୟ ପାଦୁକା ରଥକୁ ଭବ୍ୟ ସ୍ବାଗତ କରାଯାଇଥିଲା । ସୁବଳୟାର ଟିକିରାପଡ଼ା ଠାରୁ ବାହାରି ଏହି ରଥ ଆଜି ଚମ୍ପାପୁର ଠାରେ ପହଞ୍ଚିବା ପରେ ରଥକୁ ପ୍ରଥମେ ସେଠାରେ ସ୍ବାଗତ କରାଯାଇଥିଲା । ପରେ ପାଦୁକା ରଥ ଲାତୁରପେଟ, ଲୁମୁରଜେନା, ଦେଉଳମୁଣ୍ଡା, ଦେଉଳି, କେନ୍ଦୁପାଲି ଆଦି ଗ୍ରାମ ପରିକ୍ରମା କରିଥିଲା । ଆସନ୍ତାକାଲି ଏହି ରଥ ଉଲୁଣ୍ଡା ବ୍ଲକ ଅଞ୍ଚଳ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes