ସମ୍ବଲପୁରରେ ହିନ୍ଦୁ ମାନଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସଦର ବ୍ଲକ ଅଫିସ ଆଗରେ ଧାରଣାରେ ବସିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହା ପଛରେ ଇସଲାମିକ ସଂଗଠନର ହାତ ଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଦଣ୍ଡ ଦେବା ସହ ମସଜିଦ, ମଦ୍ରାସା ଆଦିରେ ଯାଞ୍ଚ କରି ଅସ୍ତ୍ର ଶସ୍ତ୍ର ଜବତ କରିବା, ମୁସଲିମ ଅନୁପ୍ରବେଶ ରୋକିବା, ପ୍ରକୃତି ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।