କେନ୍ଦୁଝର ଜିଲ୍ଲାର ବାମପନ୍ଥୀ ଶ୍ରମିକ ନେତା ହୃଦୟ ବଲ୍ଲଭ ରାଉତଙ୍କ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇ ଯାଇଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ବର୍ଷ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ।
ତାଙ୍କ ଦେହାନ୍ତ ରେ ଶୋକ ର ଛାୟା ଖେଳିଯାଇଛି। ସେ ବିଭିନ୍ନ ଶ୍ରମିକ ସମସ୍ୟା, ପରିବେଶ ସୁରକ୍ଷା, ଗରିବ ଓ ଖଟିଖିଆ ଲୋକଙ୍କ ନ୍ୟାୟ ପାଇଁ ସାରା ଜୀବନ ଲଢି ଆସିଛନ୍ତି।