ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କ ଦାବିପତ୍ର ପ୍ରଦାନ

ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମ୍ମିଳିତ ବି.ଇଡି. ଏମ୍.ଇଡି. ଛାତ୍ରଛାତ୍ରୀ ତାଙ୍କ ବିଭାଗର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଆଜି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ ଭେଟି ପ୍ରଦାନ କରିଛନ୍ତି।

ପ୍ରତିବର୍ଷ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ସହ ବାର୍ଷିକ ଟ.୫୧,୧୯୪/- ଫି’ ଦେଇ ଆସୁଛନ୍ତି । କିନ୍ତୁ ଛାତ୍ରଛାତ୍ରୀଙ୍କ କହିବା ମୁତାବକ ଏନ୍.ସି.ଟି.ଇ. ପକ୍ଷରୁ ଧାର୍ଯ୍ୟ ହୋଇଥିବା ନିୟମ ଅନୁଯାୟୀ କୌଣସି ସୁବିଧା ସୁଯୋଗ ସେମାନେ ପାଇ ପାରୁ ନାହାଁନ୍ତି ବୋଲି ଦର୍ଶାଇ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes