ବିଭିନ୍ନ ସମସ୍ୟାକୁ ନେଇ କଵିତ୍ରାବାସୀ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବୋଦା ପଳସା ପଂଚାୟତ କଵିତ୍ରା ଗ୍ରାମର ଦୀର୍ଘ ବହୁ ବର୍ଷ ଧରି ଲାଗି ରହିଥିବା ସମସ୍ୟାକୁ ନେଇ ଆଜି ଗ୍ରାମର ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ ପ୍ରକୋଷ୍ଠରେ ଦାବି ପତ୍ର ଦେଲେ।

ରାସ୍ତା ଘାଟ, ପାନୀୟ ଜଳ, ଆବାସ ଆଦି ସମସ୍ୟାକୁ ନେଇ ସେମାନଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଆଜି ଦେଖିବାକୁ ମିଳିଛି। ଆଜି ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିଲା ନାହିଁ ବୋଲି ଧରଣୀଧର ସାହୁ କହିଛନ୍ତି। ଏଣୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ ବୋଲି କହିଛନ୍ତି।ସମସ୍ୟା ସମାଧାନ ହେଉ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ବୋଲି ଯୋତ୍ସମୟୀ ସାହୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes