ବିପୁଳ ପରିମାଣରେ ଗଞ୍ଜେଇ ଜବତ, ଜଣେ ଗିରଫ

ଆଜି ମୟୂରଭଞ୍ଜ ଜିଲ୍ଲା ଭୋର ସକାଳୁ ବେତନଟୀ ଥାନା ଅଧୀନ ଆମ୍ବଯୋଡ଼ା ଗ୍ରାମରୁ ଚୋରା ଗଞ୍ଜେଇ କାରବାର କରୁଥିବା ଜୈନିକ ବ୍ୟକ୍ତିକୁ ଗିରଫ କରିଛି ବେତନଟୀ ଅବକାରୀ ବିଭାଗ l

ଏସଟିଏଫଙ୍କ ନିକଟରୁ ଖବର ପାଇ ଅବକାରୀ ଇନ୍ସପେକ୍ଟର ନିରଞ୍ଜନ ସାହୁ ସଦଳବଳ ଧରି ଚଢ଼ାଉ କରି ଏହି ସଫଳତା ପାଇଛନ୍ତି l ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ପରମେଶ୍ୱର ମହାନ୍ତଙ୍କ ପୁତ୍ର ଭବାନୀ ଶଙ୍କର ମହାନ୍ତ l ଗିରଫ ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି l ଶନିବାର ଦିନ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଖବର ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes