ଚଳିତ ମାସରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବିନିକା ସ୍ପୋର୍ଟସ କ୍ଲବ ଠାରେ ସ୍ମାର୍ଟ ଲାଇବ୍ରେରୀ ଖୋଲିବ ବୋଲି ଆଜି ଅନୁଷ୍ଠିତ ବୈଠକରେ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର ସୂଚନା ଦେଇଛନ୍ତି।
ଏହି ଲାଇବ୍ରେରୀ ଖୋଲିବା ଦ୍ବାରା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ପୁସ୍ତକ ପଢ଼ି ନିଜର ଭବିଷ୍ୟତ ଗଢି ପାରିବେ । ସେହିପରି ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ନିଜର ସମୟ ବିନିଯୋଗ କରିବେ ।