ବିଦ୍ୟୁତ କର୍ମଚାରୀଙ୍କୁ ଧକ୍କା ଦେଲା ଦୃତଗାମୀ ଟ୍ରାକ୍ଟର

କପ୍ତିପଦା ଉପଖଣ୍ଡ ଉଦଳା ଆଜି ରାତିରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ଅଫିସ ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ଦୃତ ଗତିରେ ଆସୁଥିବା ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେବାପରେ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା ।

ଘଟଣାସ୍ଥଳରେ ଫେରାର ହୋଇ ଯାଇ ନାଗପାଳରେ ଟ୍ରାକ୍ଟରଟି ଧରାପଡିବା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଁଚି ଟ୍ରାକ୍ଟର ଟିକୁ ଜବତ କରିବା ପରେ ଡ୍ରାଇଭରକୁ ଗିରଫ କରିବା ଦାବିରେ ଚାପା ଉତେଜନାରେ ଦେଖା ଦେଇଥିଲା । ଘଟଣା ସ୍ଥଳରେ ପ୍ରାଥମିକ ଚିକିତ୍ସା କରିବା ପରେ ଏବେ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି କର୍ମଚାରୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes