ବିଦ୍ୟୁତ୍ ଆଘାତରେ ଡିଜେ ଗାଡ଼ି କର୍ମଚାରୀ ମୃତ

କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଆଟପୁର ସାହିରେ ଗତକାଲି ରାତି ପ୍ରାୟ ୧୦ ଟାରେ ବାହାଘର ଶୋଭାଯାତ୍ରାରେ ଯାଉଥିବା ଏକ ଡିଜେ ଗାଡ଼ିର କର୍ମଚାରୀ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇବା ଘଟଣାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ମୃତକଙ୍କ ନାମ ଶିବାନନ୍ଦ ନାୟକ (୨୦) ଏବଂ ଘର ରାଧିକାଦେଇପୁର ବୋଲି ପୁଲିସ କହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଡି ଜେ ଗାଡ଼ି ଜବତ କରି ତଦନ୍ତ ଚଳାଇଛି। ଏହାକୁ ନେଇ ରାତିରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes