ବିଜୁ ଜନତା ଦଳ ପକ୍ଷରୁ ବାରିପଦା ଠାରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି।
ଏନେଇ ବାରିପଦାର ବିଜୁ ପଟ୍ଟନାୟକ ଗୋଲେଇ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥି ସହିତ ବିଜୁ ଭବନ ଠାରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଛି।