ବିକାଶ ସ୍କୁଲରେ ରାଗିଂକୁ ନେଇ ତେଜେଶ୍ୱରଙ୍କ ଉଦବେଗ

ସମ୍ବଲପୁର ସ୍ଥିତ ବିକାଶ ସ୍କୁଲରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ଓ ତାଙ୍କ ବାପା ସ୍କୁଲ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବାରୁ ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର୍ ପରିଡ଼ା ଆଜି ଉଦବେଗ ପ୍ରକାଶ କରିଛନ୍ତି।

ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୫ ଟି ସଚିବ ଓ ଅନ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍କୁଲର ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes