ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଦିବସରେ ମା ବନଦୁର୍ଗାଙ୍କ କୁଷ୍ମାଣ୍ଡା ବେଶ

ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଦିବସରେ ମା କୁଷ୍ମାଣ୍ଡା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ”ବନ୍ଦେ ବାଞ୍ଛିତ କାମାର୍ଥେ ଚନ୍ଦ୍ରାର୍ଧକୃତଶେଖରାମ୍ ।

। ଅନାହତ ସ୍ଥିତାଂ କୁଷ୍ମାଣ୍ଡା ଚତୁର୍ଥ ସିଂହ ବାହିନୀମ୍॥” ସକାଳୁ ମଙ୍ଗଳ ଆଳତି, ବାଳଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes