ବାଙ୍ଗାଲୋରରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ

ବାଙ୍ଗାଲୋରକୁ କାମ କରିବାକୁ ଯାଇଥିବା କେନ୍ଦୁଝର ଜିଲ୍ଲା ବାଂଶପାଲ ବ୍ଲକର ଯୁବତୀଙ୍କ ମୃତ୍ୟୁ ଘଟିଛି।

ତାଙ୍କ ନାମ ମନ୍ଦାକିନୀ ଭିତିରିଆ । ସେ ତିନି ମାସ ତଳେ ସିଲେଇ କାମ କରିବାକୁ ଭଉଣୀ ସଙ୍ଗେ ଯାଇଥିଲେ। ଝାଡାବାନ୍ତି ହେବାରୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଗତକାଲି ଭୋର୍ ସକାଳେ ମୃତ୍ୟୁ ହୋଇଥିଲା ବେଳେ ତରମା କାନ୍ତ ପଞ୍ଚାୟତ ସମିତି ସଭ୍ୟ ଅଜିତ ନାୟକ କହିଛନ୍ତି। ତାଙ୍କ ମୃତ ଦେହ ଫେରାଇ ଆଣିବାକୁ ପ୍ରଶାସନଙ୍କୁ ନିବେଦନ କରାଯାଇଛି। ପୂର୍ବରୁ କିଛିଦିନ ତଳେ ଉକ୍ତ ବ୍ଲକର ଅନ୍ୟ ଜଣେ ଯୁବତୀଙ୍କ ବାଙ୍ଗାଲୋରରେ ମୃତ୍ୟୁ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes