ବାଇକ ଓ ଟେମ୍ପୋ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ସୋନପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଡୁମ୍ପୁରୀ ଛକ ନିକଟରେ ଆଜି ଅଜଣା ବାଇକ୍ ଓ ଟେମ୍ପୋ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା।

ଏଥିରେ ବାଇକ ଆରୋହୀ ଦୁଇଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।‌ ସୁବଳୟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes