ବାଂଶପାଳ ବ୍ଲକ ଅଞ୍ଚଳରୁ ସୁନାର ସନ୍ଧାନ

କେନ୍ଦୁଝର ବାଂଶପାଳ ବ୍ଲକର ତରମାକାନ୍ତ ଅଞ୍ଚଳରେ ଚାଲିଛି ସୁନାର ସନ୍ଧାନ। ଜିଏସଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁନାର ସ୍ଥିତି ଅନୁଧ୍ୟାନ କରିବା ସହ ଡ୍ରିଲ କରି ନମୁନା ସଂଗ୍ରହ ଚାଲିଛି।

ଯଦି ଅନୁସନ୍ଧାନ ଓ ନମୁନା ଯାଞ୍ଚ ପରେ ଆର୍ଥିକ ସ୍ୱଚ୍ଛଳ ହୁଏ ତେବେ ଆଗକୁ ଖନନ ହେବ ବୋଲି କୁହାଯାଉଛି। ବହୁ ଆଗରୁ କେନ୍ଦୁଝର ତେଲକୋଇ ଅଞ୍ଚଳରୁ ଏଭଳି ନମୁନା ସଂଗ୍ରହ କରାଯାଇଥିଲା। ତେବେ ସେଭଳି ଲାଭପ୍ରଦ ନହେବାରୁ ବନ୍ଦ ରହିଥିଲା। ଏଠାରେ ସୂଚନା ଯୋଗୁଁଯେ କେନ୍ଦୁଝର ଜିଲ୍ଲା ତେଲକୋଇ, ହରିଚନ୍ଦନପୁର ଓ ବାଂଶପାଳ ବ୍ଲକ ଅଞ୍ଚଳର ଅନେକ ନଦୀନାଳରୁ ସ୍ଥାନୀୟ ଲୋକ ମାନେ ସୁନା ସଂଗ୍ରହ କରି ବିକି ଚଳନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes