ବର୍ଷେ ପରେ ଆସନ୍ତାକାଲିଠୁ ନାଟ୍ୟଧାରା

ଦୀର୍ଘ ବର୍ଷେ ପରେ ପୁଣି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସ୍କୃତି ବିଭାଗ, ସଂଗୀତ ନାଟକ ଏକାଡେମୀ ଓ ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ନାଟକ କାର୍ଯ୍ୟକ୍ରମ ନାଟ୍ୟଧାରା l

କରୋନା କଟକଣା ପାଇଁ ବନ୍ଦ ଥିବା ଏ କାର୍ଯ୍ୟକ୍ରମ ପୁଣି ଚାଲିବ l ଏବେ ୧ଠୁ ୬ତାରିଖ ଯାଏଁ ପ୍ରତି ସନ୍ଧ୍ୟା ୭ଟା ୧୫ରେ ଭଂଜକଳା ମଣ୍ଡପରେ ବିଭିନ୍ନ ଅନୁଷ୍ଠାନ ନାଟକ କରିବେ l ଏହି ଅବସରରେ ଦର୍ଶକ ରିଲେରେସ, ଗୋଟିଏ କାହାଣୀ, ଏନଏଚ ୩୧୬, ଶାନ୍ତି ଅପହରଣ ପରେ, ଅନୁଭବର ଈଶ୍ୱର ଏବଂ ଶୂନ୍ୟ ଇଲାକାର ପକ୍ଷୀ ଭଳି ନାଟକ ଦେଖିବାକୁ ପାଇବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes