ବର୍ଷା ପୂର୍ବରୁ ଡ୍ରେନେଜ ସମସ୍ୟା ଦୂର କରିବାକୁ ନିର୍ଦ୍ଦେଶ

ଆଗକୁ ବର୍ଷା ଦିନ ଆସିଥିବାରୁ ଏହା ପୂର୍ବରୁ ରାଜ୍ୟର ସମସ୍ତ ସହର ଗୁଡିକରେ ଡ୍ରେନେଜ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର, ମ୍ୟୁନିସିପାଟିଲିଟି ଓ ଏନଏସି କାର୍ଯ୍ୟନିର୍ବାହୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ।

ଖୋଲା ଥିବା ଡ୍ରେନ ଉପରେ ସ୍ଲାବ ପକାଇବା, ଡ୍ରେନ ସଫାକରିବା ଓ ସମସ୍ତ ଗାତ ଭରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଦିନରେ ପାଣି ଜମି ଦୁର୍ଘଟଣା ହେଉଥିବା ସ୍ଥାନକୁ ନେଇ ଲୋକଙ୍କୁ ସଚେତନ କରିବାକୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes