ବରମୁଣ୍ଡା ପଡିଆରେ ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ

ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହେଉଥିବା ବେଳେ ଆଜି ଭୁବନେଶ୍ବର ବରମୁଣ୍ଡା ପଡିଆରେ ପଦଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଗାନ୍ଧି ଜୟନ୍ତୀରୁ ଦଳ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ, ଦଳର ନେତା, ମନ୍ତ୍ରୀ ସରକାରଙ୍କ ସଫଳତା ଲୋକଙ୍କୁ କହିବେ। ବିଜେଡି ସବୁ ବେଳେ ଲୋକଙ୍କ ସାଥିରେ ରହିଛି ବୋଲି ନବୀନ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes