ବରଗଡ ଜିଲ୍ଲାର ବରପାଲ୍ଲୀ ଅନ୍ତର୍ଗତ ବାରିକେଲା ଠାରେ ଆଜି ଅପରାହ୍ନରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି l
ବର୍ଷାରୁ ରକ୍ଷା ପାଇବାକୁ ସମସ୍ତେ ରାସ୍ତା ପାର୍ଶ୍ଵ ଏକ ଦୋକାନ ଘରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା l ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l