ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛି। ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ,
ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ-ଉତ୍ତର ଦିଗକୁ ଗତି କରିବ।

କାଳକ୍ରମେ ଅବପାତଟି ଏକ ବାତ୍ୟାର ରୂପ ନେବ। ବାତ୍ୟାର ରୂପ ନେଇ ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁପାରେ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କଣ ରହିବ, ସ୍ପଷ୍ଟ ହୋଇନି ବୋଲି ପାଣିପାଗ ବିଭାଗ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes