ଫେକର ବେଦାନ୍ତ ପ୍ଲାଣ୍ଟର ଜନଶୁଣାଣି ପରେ ଦୁଇଗୋଷ୍ଠୀଙ୍କ ସଂଘର୍ଷ

ଆଜି ରାନ୍ଦିଆ ଫେକର ବେଦାନ୍ତ ଚାର୍ଜକ୍ରୋମ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ଅନୁଷ୍ଠିତ ଜନ ଶୁଣାଣି ପରେ ସ୍ଥାନୀୟ ଚେଙ୍ଗଗଡିଆ ଗ୍ରାମର ଦିଲ୍ଲୀପ ମହାନ୍ତି ନିଜ ଘରକୁ ଫେରୁଥିବା ସମୟରେ ଉକ୍ତ ଗ୍ରାମର ଅମୂଲ୍ୟ ରାଉତ ଓ ଅନ୍ୟ ଏକ ବ୍ୟକ୍ତିଙ୍କ ସହ ବଚସା ହୋଇ ସଂଘର୍ଷର ରୂପ ନେଇଥିଲା ।

ଏହି ଗଣ୍ଡଗୋଳରେ ଦୁଇଗୋଷ୍ଠୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଦୁଇଜଣଙ୍କୁ ଡାକ୍ତରମାନେ କଟକ ସ୍ଥାନାନ୍ତର କରିଛନ୍ତି ।ଜଣେ ଭଦ୍ରକରେ ଚିକିତ୍ସିତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes