ଫାଣ୍ଡିରୁ ୨ ଅଭିଯୁକ୍ତ ଚମ୍ପଟ ଘଟଣାରେ ୩ କନଷ୍ଟେବଲ ନିଲମ୍ବିତ (ଅପଡେଟ)

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡିରୁ ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଅଭିଯୁକ୍ତ ଚମ୍ପଟ ମରିଥିବା ଘଟଣାରେ ଫାଣ୍ଡିର ୩ କନଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି।

ସସ୍‌ପେଣ୍ଡ ୩ କନେଷ୍ଟବଲ ହେଲେ ସତ୍ୟବାନ ରାଉତ, ଅଶ୍ବିନୀ ସେଠ ଓ ସୁନୀଲ କୁମାର ମିଞ୍ଜ। ଡକାୟତି ମାମଲାରେ ଅଭିଯୁକ୍ତ ଥିବା ଦୁଇ ଜଣଙ୍କୁ ଗତକାଲି ପୁଲିସ କନକେଲ ଗ୍ରାମରୁ ଗିରଫ କରିଥିଲା l ହେଲେ ବିଳମ୍ବିତ ରାତିରେ ଦୁଇଜଣ ଚମ୍ପଟ ମରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes