ପ୍ରାଣୀଧନ ନିରୀକ୍ଷକଙ୍କ କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ ଠାବ (ଅପଡେଟ)

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଥିବା କଟକ ଓ ଭୁବନେଶ୍ୱରରୁ ୯୦ ପ୍ଲଟ ଠାବ କରିଛି ଭିଜିଲାନ୍ସ।

ପ୍ରାଣୀଧନ ନିରୀକ୍ଷକଙ୍କ ନାଁରେ ଭୁବନେଶ୍ଵରରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ ଠାବ ହୋଇଥିବା ବେଳେ କଟକରେ ଗୋଟିଏ ଆଉଟ୍ ହାଉସ ରହିଛି। ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ୫୦ ଲକ୍ଷ ଟଙ୍କାର ଏକ ଫ୍ଲାଟ୍, ଏହାର ପଛପଟେ ୬ ହଜାର ସ୍କୋୟାର ଫୁଟର ଏକ ମାର୍କେଟ କଂପ୍ଲେକ୍ସ, ରଘୁନାଥପୁରରେ ୨ ହଜାର ସ୍କୋୟାର ଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠାଘର ଏବଂ ୧୫ଶହ ସ୍କୋୟାର ଫୁଟର ୧ ମହଲା କୋଠାଘର ଠାବ ହୋଇଛି । ସେହିପରି ରଘୁନାଥପୁରର ରୟାଲ ଆରକେଡରେ ୩-ବିଏଚକେ ଫ୍ଲାଟ୍, ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଆଉ ଏକ ୩-ବିଏଚକେ ଫ୍ଲାଟ୍ ରହିଛି। ଏ ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes