ପ୍ରାକୃତିକ ବିପର୍ଯ୍ୟୟରେ ଗତ ୧୦ ବର୍ଷରେ ୨୨୭ ଜଣ ପ୍ରାଣ ହରାଇଛନ୍ତି : ବିଭାଗୀୟ ମନ୍ତ୍ରୀ

ବର୍ଷା, ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଗତ ୧୦ ବର୍ଷରେ ୨୨୭ ଜଣଙ୍କ ମୃତ୍ୟୁ ଘଟିଛି।

ବାତ୍ୟା ତିତିଲିରେ ସର୍ବାଧିକ ୭୨, ଫନିରେ ୬୪, ଫାଇଲିନରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟା ଅମ୍ଫାନ, ବୁଲବୁଲ୍, ଗୁଲାବ, ଜୱାଦରେ କାହାରି ମୃତ୍ୟୁ ହୋଇନି ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ଉତ୍ତର ରଖିଛନ୍ତି। ୧୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ବେଳେ ଫାଇଲିନରେ ସର୍ବାଧିକ ୧୪,୩୭୩ କୋଟି ଟଙ୍କାର କ୍ଷତି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes