ରାଜ୍ୟ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ସ୍ଥାନୀୟ ଡି ଏନ୍ ହାଇସ୍କୁଲରେ ଅନୁଷ୍ଠିତ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକ ମାନେ ତଥା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ଚାଲିଥିବା ଶିକ୍ଷା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା।