ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖଜୁରିଆ ପାଲିର ପ୍ରକୃତି ପ୍ରେମୀ ତଥା ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସତ୍ୟଜିତ ଗଡୁଆ ଏବେ ପ୍ରତିଦିନ ଜଙ୍ଗଲକୁ ଯାଇ ଗଛ ଗୁଡିକର ଯତ୍ନ ନେଉଥିବା ଦେଖିବାକୁ ମିଳିଛି।
ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ପରେ ତାଙ୍କର ଉତ୍ସାହ ବଢିବା ସହ ପୁରସ୍କାର ରାଶିର ଅଧା ସେ ବୃକ୍ଷ ରୋପଣ ଓ ତାହାର ଯତ୍ନରେ ଖର୍ଚ୍ଚ କରିବେ ବୋଲି ସତ୍ୟଜିତ କହିଛନ୍ତି ।