ପ୍ରକୃତି ବନ୍ଧୁ ପୁରଷ୍କାର ପାଇଲେ ପ୍ରେମ ଚାନ୍ଦ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଖମୁଁଆ ଗ୍ରାମର ପ୍ରେମ ଚାନ୍ଦ ପୃଷ୍ଟିଙ୍କୁ ରବିବାର ପାଟଣା ରେଞ୍ଜ କାର୍ଯ୍ୟାଳୟ ପରିସରରେ ବର୍ଷ ୨୦୨୨ ସକାଶେ ପ୍ରକୃତି ବନ୍ଧୁ ପୁରଷ୍କାର ପ୍ରଦାନ କରାଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ରେଞ୍ଜର ଘାସିନାଥ ପାତ୍ର, ଅବସରପ୍ରାପ୍ତ ରେଞ୍ଜର ଟିକେଶ୍ୱର ମହାନ୍ତ ଫରେଷ୍ଟର ଚିତ ରଞ୍ଜନ ପରିଡା ପ୍ରମୁଖ ପ୍ରେମଚାନ୍ଦଙ୍କୁ ପୁରଷ୍କାର ପ୍ରଦାନ କରିଛନ୍ତି।ସୂଚନା ଯେ ଶ୍ରୀ ପୃଷ୍ଟି ନିଜସ୍ୱ ଉଦ୍ୟମରେ ସ୍ବାମ ହନୁମାନ ଛକ ଠାରୁ ଖମୁଆଁ ପର୍ଯ୍ୟନ୍ତ ଦୀର୍ଘ ୯ କିମିର ଗ୍ରାମ ଉନ୍ନୟନ ବିଭାଗର ରାସ୍ତା ଦୁଇ ପାର୍ଶ୍ୱ ରେ ଗଛ ଲଗାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes