ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ବାରତଣିଆ ଗାଁ ପୋଖରୀରୁ ଗୁରୁବାର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ମୃତକ ଜଣକ ହେଉଛନ୍ତି ରାଇଡିହା ପଞ୍ଚାୟତ ମେଦିନୀପୁର ଗ୍ରାମର ବାଙ୍କନିଧି ନାଏକ। ମିଳିଥିବା ସୂଚନା ଅନୁଯାୟୀ ବାଙ୍କନିଧି ବୁଧବାର ବାରତଣିଆଁ ହାଟକୁ ଯାଇଆଉ ଘରକୁ ଫେରିନଥଲେ ।ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ମୃତଦେହ ପୋଖରୀ ରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ସହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ପହଞ୍ଚି ମୃତଦେହକୁ ଜବତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes