ପୃଥକ ପୃଥକ ବାଇକ ଦୁର୍ଘଟଣା,୧ମୃତ ୩ଆହତ

ଆଜି ମଧ୍ୟାହ୍ନରେ ବିନିକା-ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ଫୁଲମୁଠି ପେଟ୍ରୋଲ ପମ୍ପ ନିକଟରେ ଏକ ବାଇକ ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତରିତ ହୋଇଥିବା ବେଳେ ଅପରାହ୍ନରେ ବିନିକା-ବିଶାଲପାଲି ରାସ୍ତାରେ ପୁନର୍ବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇ ବିନିକା ଡାକ୍ତରଖାନାରେ ଚିକିତ୍ସା ଧୀନ ଅଛନ୍ତି ।

ତେବେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଭମରପାଳି ଗ୍ରାମର ସୁରଜ ଖମାରୀ, ଅଜିତ ସାଳମା ଏବଂ ମହେନ୍ଦ୍ର ତରିଆ,ମୃତ ବ୍ୟକ୍ତି ହେଲେ ମହେନ୍ଦ୍ର ମିର୍ଦ୍ଧା ବୋଲି ଜଣା ପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes