ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଚଢ଼ାଉ

ପୂର୍ବତନ କେନ୍ଦୁଝର ଗଡ ପୌରପାଳିକା ଅଧ୍ୟକ୍ଷ ତଥା ବ୍ୟବସାୟୀ ସରୋଜ ସାହୁ ଙ୍କ ଅଫିସ ଓ ଘରେ ସେଣ୍ଟ୍ରାଲ ଜିଏସଟି, ଗୋଇନ୍ଦା ପକ୍ଷରୁ ଚଢାଉ ଚାଲିଛି।

ବାହାରୁ ଅଧିକାରୀ ମାନେ ଆସି କଡା ପୁଲିସ ସୁରକ୍ଷା ମଧ୍ୟରେ ଏହି ଚଢାଉ ଜାରି ରଖିଛନ୍ତି। କେଉଁ ଆଧାରରେ ଏହି ଚଢାଉ ଚାଲିଛି ଓ କଣ ଅନିୟମତତା ମିଳିଛି ଜଣା ପଡିନାହିଁ। ସାଧାରଣ ପରିବାରରୁ ଆସିଥିବା ସରୋଜ, ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ପାଖ ଲୋକ ଥିଲେ। ଏବେ କୋଠା ବାଡି, ପ୍ଲାଣ୍ଟ, ବହୁ ଦାମୀ ଗାଡ଼ି, ବହୁ ଜମି ଜମା ଆଦିର ମାଲିକ ହୋଇଥବା ବେଳେ ଏହି ଚଢାଉ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes