ପୁଲିସ ପଦକ ପାଇଲେ ମୟୂରଭଞ୍ଜ ଏସ୍‌ପି

ମାଓ ଦମନରେ ସାହସିକତା ପାଇଁ ମୟୂରଭଞ୍ଜ ଏସ୍‌ପି ଋଷିକେଶ ଧ୍ୟାନଦେଓ ଖିଲାରୀ ପାଇଛନ୍ତି ପୁଲିସ ପଦକ। ସ୍ବାଧୀନତା ଦିବସ ଅବସରରେ ଲୋକସେବା ଭବନ ଠାରେ ଏସ୍‌ପି ଶ୍ରୀ ଖିଲାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି।

ଏସ୍‌ପି ଶ୍ରୀ ଖିଲାରୀ ମାଲକାନଗିରିରେ ଥିବା ବେଳେ ମାଓ ଦମନରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗତ ୨୦୧୯ ମସିହା ଅଗଷ୍ଟ ୨୮ ତାରିଖରେ ବଣ୍ଡାଘାଟି ଅଞ୍ଚଳର ଜଙ୍ଗଲରେ ସଶସ୍ତ୍ର ମାଓବାଦୀ ବଡ଼ଧରଣର ଅଘଟଣ ଘଟାଇବାକୁ ଯୋଜନା ତାଙ୍କ ନେତୃତ୍ବ ପଣ୍ଡ ହେବା ସହ ଦୁର୍ଦ୍ଧାନ୍ତ ମାଓନେତା ରାକେଶ ସୋଡ଼ିର ପୋଲିସ ଗୁଳିର ମୃତ୍ୟ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version