ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ପୁରିପଡା ହରିଜନସାହି ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଗ୍ରାମବାସୀ । ଗ୍ରାମର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ପୁରିପଡା ମାଇନର କେନାଲ ଅଣଓସାରିଆ କଚାବନ୍ଧ ଉପରେ ଥିବା ସାହି ରାସ୍ତା ଯାତାୟତ ପାଇଁ ଅନୁପଯୋଗୀ ହୋଇପଡ଼ିଛି।
ସାହିମୁଣ୍ଡରେ ଥିବା କେନାଲ ମଝିରେ ଏକ କଲର୍ଭଟ ନିର୍ମାଣ କରାଯିବାଫଳରେ ରାସ୍ତାଟି ଅଧିକ ବିପର୍ଯ୍ୟସ୍ତ ହୋଇଛି।