ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଆମେ ସତର୍କ ରହିବ ଉଚିତ ଏବଂ ପିଲାମାନଙ୍କର ଥଣ୍ଡା ରୋଗ ଦେଖାଦେଲେ ତୁରନ୍ତ କୋଭିଡ ଟେଷ୍ଟ କରାଇବାକୁ ଆଜି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l
ଭିଡ଼ରୁ ଦୁରେଇ ରହିବାକୁ ସେ ପରାମର୍ଶ ଦେବା ସହ ପରିସ୍ଥିତିର ମୁକାବିଲା କରିବାକୁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଥିବା ସେ କହିଛନ୍ତି l