ପିଡବ୍ଲ୍ୟୁଡି ରାସ୍ତା ମରାମତି ପାଇଁ ଦାବି

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ବନ୍ତୋଲ ଗ୍ରାମପଞ୍ଚାୟତ ଓ ଜଗନ୍ନାଥପୁର ପଞ୍ଚାୟତକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି।

ଏହି ରାସ୍ତା ଦେଇ ପ୍ରାୟ ୨/୩ଟି ପଞ୍ଚାୟତବାସୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଯିବା ଆସିବା କରିଥାନ୍ତି କିନ୍ତୁ ରାସ୍ତାର ଅବସ୍ଥା ଏମିତି ଯେ ବର୍ଷା ହେଲା ରାସ୍ତା କେଉଁଟା ଓ ଖାଲ କେଉଁଟା ଜଣା ପଡୁନାହିଁ l ଅନେକ ଦୁର୍ଘଟଣା ଘଟିଲାଣି, ତେଣୁ ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ରାସ୍ତାକୁ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes