କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାପିଟି ଗ୍ରାମ ପାଲାମଣ୍ଡପ ପ୍ରାଙ୍ଗଣରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସତ୍ୟନାରାୟଣ କମିଟି ଆନୁକୁଲ୍ୟରେ ପାଞ୍ଚଦିନିଆ ପାଲା ମଙ୍ଗଳବାରଠାରୁ ଆରମ୍ଭ ହୋଇ ଶନିବାର ଦିନ ଶେଷ ହେବ।
ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ କଟକ ବାଙ୍କୀରୁ ଗାୟକ କଲ୍ଲୋଳ ଶତୃଘନ ରଣା ଏବଂ ଗାୟକ ହରିହର ପାଣିଗ୍ରାହୀଙ୍କ ସାଥିମାନଙ୍କ ଦ୍ୱାରା ବାଦୀପାଲା ପରିବେଷଣ ହୋଇଥିଲା ।ଆଖପାଖ ଅଞ୍ଚଳରୁ ୨୫ ଖଣ୍ଡ ଗାଁର ପାଲା ପ୍ରେମୀ ଏଥିରେ ଯୋଗଦେଇଥିଲେ ।