ପିଆଜ ବୋଝେଇ ଟ୍ରକରୁ 5.90 କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବିଷମ କଟକ ପୁଲିସ ଗତକାଲି ବିଳମ୍ବିତ ରାତିରେ ନେତାଜୀ ଛକରେ ପାଟ୍ରୋଲିଂ ବେଳେ ଏକ ମିନି ଟ୍ରକରୁ ପିଆଜ ବସ୍ତା ତଳୁ 5.90 କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି l
ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 59 ଲକ୍ଷ ଟଙ୍କା ହେବ l ଏହି ଗଞ୍ଜେଇ ଉତ୍ତର ପ୍ରଦେଶ ଚାଲାଣ ହେଉଥିଲା l ଏହି ଘଟଣାରେ ଜଣେ ଗିରଫ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes