ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ବ୍ଲକ, ଅଣ୍ଡା ପଞ୍ଚାୟତ ଏବଂ ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ପଞ୍ଚାୟତ ପରିଦର୍ଶନ କରି ପାନୀୟ ଜଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ଖୁବଶୀଘ୍ର ପାଣି ପହଞ୍ଚାଇବା ପାଇଁ କହିଛନ୍ତି l
ଏହି ଅବସରରେ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ହେଉଛି 2024 ସୁଦ୍ଧା ପ୍ରତି ଘରେ ପାନୀୟ ଜଳ ପହଞ୍ଚାଇବା l ଏହାକୁ ସଫଳ କରିବା ପାଇଁ ଆମର ନିରନ୍ତର ପ୍ରୟାସ ରହିଛି l