ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଧିନ ତିଲକା ଛକ ନିକଟ ପଚାଖାଲି ବନ୍ଧକୁ ଡୁବୁଲାବେଡା ଗ୍ରାମର ଯୁବକ ଭାଗମାତ ସରେନ ଆଜି ମାଛ ଧରିବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଛନ୍ତି।
ଖବର ପାଇ ଚାନ୍ଦୁଆ ଥାନା ପୁଲିସ ଏବଂ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣିରୁ ମୃତ ଯୁବକ ଭାଗମାତକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଇଛନ୍ତି।