ପାଟଣା ଆସିଥିବା ତୀର୍ଥ ଯାତ୍ରୀଙ୍କ ଠାରୁ ଲୁଟ ଅଭିଯୋଗ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପରମେଶ୍ୱର ଶିବ ମନ୍ଦିର ସନ୍ନିକଟ ବୈତରଣୀ ନଦୀର ଅନୁସୟା ଘାଟରେ ରବିବାର ସକାଳେ ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାରୁ ଆସିଥିବା କେତେକ ତୀର୍ଥ ଯାତ୍ରୀ ବୂଡ଼ ପକାଉଥିବା ବେଳେ ଦୁର୍ବୃତ୍ତ ମାନେ ୨ ଟି ମୋବାଇଲ ଫୋନ ସହ ନଗଦ ୬୦ ହଜାର ଟଙ୍କା ଚୋରି କରି ନେଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି।

ଘଟଣାର ସତ୍ୟାସତ୍ୟ ନେଇ ପାଟଣା ଥାନା ଏସ ଆଇ ମନୋରମା ସ୍ୱାଇଁ ଅଭିଯୋଗ କାରୀଙ୍କୁ ତଦନ୍ତ ପକ୍ରିୟାରେ ଏଠାରେ ରହି ସହଯୋଗକରିବା ପାଇଁ କହିବାରୁ ସେମାନେ ଏଠାରେ ରହିପାରିବେନି ବୋଲି କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes