ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବାର ବାର୍ତ୍ତା ନେଇ କଟକରୁ କେଦାରନାଥ ଅଭିମୁଖେ ହଜାର ହଜାର କିଲୋମିଟରର ଦୁଃସାହସିକ ସାଇକେଲ ଯାତ୍ରାରେ ବାହାରିଛନ୍ତି କଟକର ଯୁବକ ଦୀପକ କୁମାର ପ୍ରଧାନ।
କଟକରୁ ଗତକାଲି ଠାରୁ ସାଇକେଲ ଯାତ୍ରା ଆରମ୍ଭ କରି ଦୀପକ ଆଜି ବାରିପଦାରେ ପହଁଚିଥିବା ବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଯାତ୍ରାରେ ସେ ପ୍ରଦୂଷଣରୁ ସମାଜକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ସଚେତନ କରିବେ ବୋଲି କହିଛନ୍ତି।