ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଚମ୍ପୁଆ ରେଞ୍ଜ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ହାତୀ । ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗତ ରାତିରେ ୨୪ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ବିଳମ୍ବିତ ରାତିରେ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ।ସକାଳୁ ବନବିଭାଗ ଡ୍ରେଜର ସାହାଯ୍ୟରେ ମାଟି ଖୋଳି ହାତୀଟିକୁ ଉଦ୍ଧାର କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes