କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟର ପୁଣ୍ୟତୋୟା ବୌତରଣୀ ନଦୀ କୁଳ ସ୍ଥିତ ପ୍ରସିଦ୍ଧ ପରମେଶ୍ବର ଶିବ ମନ୍ଦିରରେ ଅକ୍ଷୟ ତୃତୀୟା ଚତୁର୍ଦଶ ବାର୍ଷିକ ଉତ୍ସବ ଅବସରରେ ରବିବାର ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।
ପଣ୍ଡିତ ଭକ୍ତ ବନ୍ଧୁ ଆଚାର୍ଯ୍ୟ ନୀତି କାନ୍ତିରେ ଦେବ ନୀତି ସମ୍ପାଦନ କରିଥିବା ବେଳେ କର୍ତା ଭାବେ ମନ୍ଦିର ପତିଷ୍ଠାତା ଶ୍ରୀମନ୍ତ କୁମାର ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ଅନୁସୟା ତ୍ରିପାଠୀ ପୂଜା ଅର୍ଚନା କରିଥିଲେ।