ପଦ୍ମପୁର ଉପନିର୍ବାଚନ; ୭୯ଟି ସମ୍ବେଦନଶୀଳ ବୁଥ୍

ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍‌ ଥିବାବେଳେ ୭୯ଟି ସମ୍ବେଦନଶୀଳ ବୁଥ୍ ରହିଥିବା ସିଇଓ ସୂଚନା ଦେଇଛନ୍ତି।

୧୫ଟି ମଡେଲ୍‌ ଏବଂ ୬ଟି ପିଙ୍କ୍‌ ବୁଥ୍‌ ବ୍ୟବସ୍ଥା ହୋଇଛି। ୧୨୭୬ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ୧୨୦ ବୁଥ୍‌ରେ ୱେବକାଷ୍ଟିଂ, ୬୬ଟି ବୁଥ୍‌ରେ ସିସିଟିଭି ବ୍ୟବସ୍ଥା ହୋଇଛି। ମଦ ବିକ୍ରି ଉପରେ କଟକଣା ଲାଗିଛି। ଭୋଟ ଦିନ ଛୁଟି ଘୋଷଣା କରାଯାଇଛି। ସକାଳ ୭ରୁ ଅପରାହ୍ନ ୪ ଯାଏଁ ମତଦାନ ହେବ। ୧୪ କମ୍ପାନୀ ପୁଲିସ ଓ ୯ଟି କମ୍ପାନୀ ସିଆରପିଏଫ ମୁତୟନ ହୋଇଛି। ୨ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ମତଦାତା ମତ ସାବ୍ୟସ୍ତ କରିବେ ବୋଲି ସିଇଓ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes