ଆଜି ଓଡ଼ିଆ ନବ ବର୍ଷ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପଞ୍ଜିକା ଉନ୍ମୋଚିତ ହୋଇଥିବା ବେଳେ ଏହି ପଞ୍ଜିକାରେ ସନ୍ଥକବି ଭୀମଭୋଇଙ୍କ ଫଟୋ କିମ୍ବା ନାମ ସ୍ଥାନିତ ହୋଇନଥିବାରୁ ବହୁ ବିଶିଷ୍ଟ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି।
କାହିଁକି ତାଙ୍କ ନାମ ବାଦ ଦିଆ ଯାଇଛି ଏହାର ଏକ ଉଚ୍ଚ ସ୍ତରୀୟ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଛି। ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।