ନୟାଗଡ଼ର ସପ୍ତମଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ ୩ ଗିରଫ

ନୟାଗଡ଼ର ସପ୍ତମଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ କୁରାଳ ଗାଁର ୩ ଜଣଙ୍କୁ ଗିରଫ କରିଛି ଓଡ଼ଗାଁ ପୁଲିସ ।

ଗାଡ଼ି ଲୋନ୍ ଶୁଝିବାକୁ ଅପହରଣ ହୋଇଥିବା ଏସ୍‌ପି କହିଛନ୍ତି। ଅପହରଣ କରି ଅମ୍ରିତ ବାପାଙ୍କଠୁ ଟଙ୍କା ଦାବି କରିବା ଯୋଜନା ଥିଲା। ଲୋନରେ ଆଣିଥିବା ବୋଲେରୋ ଗାଡିରେ ହିଁ ଅପହରଣ କରିଥିଲେ । ଅପହରଣ ପରେ ଗାଁରେ ଅମ୍ରିତକୁ ଲୁଚାଇ ରଖିଥିଲେ ଅଭିଯୁକ୍ତ । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଧରି ସିନ ରିକ୍ରିଏସନ କରିବ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes