ନ୍ୟୁଡ୍‌କଲ୍ ପାଇଁ ଆତ୍ମହତ୍ୟା କହିଲେ ବ୍ୟାଙ୍କ ଅଧିକାରୀ: ଏସପି

ସୁବର୍ଣ୍ଣପୁର ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣା ନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା କହିଛନ୍ତି ଯେ, ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍ କଲ୍ କରି ବ୍ଲାକମେଲ୍ କରୁଥିଲେ।

ବ୍ଲାକମେଲ୍ କରି ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଥିଲେ। ମାନସିକ ଚାପଗ୍ରସ୍ତ ହୋଇ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ରାଜସ୍ଥାନରୁ ୨ ଅଭିଯୁକ୍ତ ଆଦିଲ ଓ ମେହବୁବାକୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ କହିଛନ୍ତି ଏସପି। ସୂଚନାଯୋଗ୍ୟ, ଅଗଷ୍ଟରେ ଅଙ୍ଗ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଦିବ୍ୟରଞ୍ଜନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes